मनुष्य तो जिज्ञासु है I क्षुधा खाद्य से और प्यास पानी से शांत होते हैं I परन्तु जिज्ञासा ज्ञानपान करने से शांत न होकर बलवती होती है I यदि जिज्ञासा ज्ञान पान करने से समाप्त हो जाती है ,तो ज्ञान का पथ रुद्ध हो जाता है I इसलिए ज्ञान रूप समुद्र से सूक्ष्म बालूका कणों को संग्रह करते हुए यदि जीवन समाप्त हो जाए , तो उसे सार्थक जीवन कहा जाता है I
SANSKRIT BLOG. HERE YOU CAN FIND VARIOUS THINGS ON SANSKRIT LANGUAGE, SANSKRT GRAMMAR, VEDIC MATHS AND OTHERS RELETED TO SANSKRIT.TODAY OR TOMORROW WE HAVE TO COME BACK TO SANSKRIT.
Saturday, November 7, 2015
Tuesday, November 3, 2015
दिव्यज्ञान -5
Monday, November 2, 2015
ବୈରାଗ୍ୟ ଶତକମ୍
ଓଁ ନମଃ ଭଗବତେ ବାସୁଦେବାୟ
କବି ଭର୍ତ୍ତୃହରିଂକ ଦ୍ବାରା ବିରଚିତ
"ବୈରାଗ୍ୟଶତକମ୍"
(ଶ୍ରୀ ଗୋପୀନାଥ ପଣ୍ଡା କୃତ ଓଡିଆ ପଦ୍ୟାନୁବାଦ)
ତୃଷ୍ଣା ଦୂଷଣମ୍
ଭ୍ରମି ଦେଶ ଦୁର୍ଗ କିଛି ନମିଳେ ଫଳ
ଛାଡି କୁଳ ଶିଳ ସେବା କାର୍ଯ୍ୟ ନିଷ୍ଫଳ
ଭୟରେ କାକ ସମ ପର ଖାଦ୍ୟ କବଳ
କଲି ମୁଁ ତୋ ପ୍ରଭାବେ ହୋଇ ଅତି ବିକଳ
ତଥାପି ନ ହେଲା ତୋ ସନ୍ତୋଷ II ୧
ତୃଷ୍ଣା ହୋଇଲୁ ନାହିଁ କେବେ ତୁ ତୋଷ
ତୃଷ୍ଣା ହୋଇଲୁ ନାହିଁ କେବେ ତୁ ତୋଷ
ଦେଖ ପଳିତ ହେଲା ଆସି ମୋ କେଶ (ଘୋଷା )
ଧନ ଆଶାରେ ବହୁ ସ୍ଥାନର ମାଟି ତଳ
ଖୋଲିଲି ପର୍ବତ ଧାତୁ କଲି ତରଳ
ସାଗର ହେଲି ପାର ଧନିଂକ ଉପଚାର
ମନ୍ତ୍ରାରାଧନେ ଗଲା ଶ୍ମଶାନେ ନିଶା ମୋର
କଣା କଉଡି ନାହିଁ ମୋ ପାଶ I II ୨ II
ଖଳ ଆରଧାନେ କଟୁ କଥା ସହିଲି
କୋହ ଚାପିରଖି ଶୂନ୍ୟମନେ ହସିଲି
ମୁର୍ଖ ଧନିଂକ ପାସେ ହାତ ଯୋଡି ରହିଲି
ନିଷ୍ଫଳ ମନୋରଥେ !ତୋ ପାଇଁ ସବୁ କଲି
ଆଉ କି ନଚାଇବୁ ବିଶେଷ I II୩ II
ପଦ୍ମ ପତ୍ରେ ଢଳ ଢଳ ଚଂଚଳ ଜଳ
ଜୀବନ କାଳ ପାଇଁ କି ଆମ୍ଭେ ସକଳ
ନିଜ ଗୁଣ କିର୍ତ୍ତନେ ଗଲା ଏ ବେଳ ବଳ
ଦେଇ ବିବେକ ବଳି କଲୁ ପାପ ପ୍ରବଳ
ତୃଷ୍ଣା ତୁ ହେଲୁ ଏକା ହରସ I II ୪ II
କ୍ଷମା ଗୁଣେ କାରେ କରି ନାହିଁ ମୁଁ ତୋଷ
ଗୃହ ସୁଖ ଅଦ୍ୟାପି ଛାଡୁ ନାହିଁ ମୋ ପାଶ
ତପ ନକରି ସହେ ଶୀତ ତପନ କ୍ଲେଶ
ବିତ ଚିନ୍ତାରେ ଧ୍ୟାନ ରହିଲା ଅହର୍ନିଶ
ନମିଳେ ଶମ୍ଭୁ ପଦ ପିୟୁଷ I II ୫ II
ଭୋଗ ନୋହେ ଭୋଜ୍ୟ ହୋଇଲେ ଆମ୍ଭେ ଭୁକ୍ତ
ତପ ନୋହେ ତପ୍ତ ଆମ୍ଭେ ସର୍ବେ ସଂତପ୍ତ
କାଳ ନୋହେ ଅତୀତ ଆମ୍ଭ ସମୟ ଗତ
ତୃଷ୍ଣା ଏବେ ତରୁଣୀ ଆମ୍ଭ ବପୁ ଲୁଳିତ
ତୋହାର ଏକା ଅଛି ଆୟୁଷ I II ୬ II
ଚନ୍ଦ୍ର ମୁଖକୁ ବଳିଏ କଲେ ଆକ୍ରାନ୍ତ
ସୁନ୍ଦର ଶିର ପଳିତ କେଶେ ଆବୃତ
ନଚଳେ ପାଣି ପାଦ ଗାତ୍ର ହେଲା ଶିଥିଳ
ବିଷୟ ଭୋଗ ମୋର ସହି ନପାରେ କାଳ
ତୃଷ୍ଣା ତୋ ହୁଏ ନୁଆ ବୟସ I II ୭ II
ପୁରୁଷତ୍ବ ଗଲା ଭୋଗୁ ମନ ନିବୃତ
ସମ ବୟଷ୍କ ବନ୍ଧୁଏ ହେଲେଣି ମୃତ
ଦୃଷ୍ଟି ହିନ ଶରୀର ଜଷ୍ଟି ଆଶ୍ରେ ଉତ୍ଥିତ
ତଥାପି ମୃତ୍ୟୁ ଭୟେ ଦେହ ହୁଏ ଚକିତ
ଆଶା ତୁ ମୋତେ କଲୁ ନିରାଶ I II ୮ II
ଆଶା ନାମ ନଦୀ ଅଭିଳାଷ ପିୟୁଷ
ତୃଷ୍ଣା ତରଂଗ ବିତର୍କ ବିହଂଗ ବାସ
ରାଗ ନକ୍ର କରନ୍ତି ଧୈର୍ଯ୍ୟ ଦୃମକୁ ଧ୍ବଂସ
ମୋହ ଆବର୍ତ୍ତ ଚିନ୍ତା ଦୁର୍ଭେଦ୍ୟ ଦୁଇପାର୍ଶ୍ବ
ତରଣେ କ୍ଷମ ଯୋଗୀ ଯୋଗେଶ I II ୯ II
କ୍ରମଶଃ ........(ଶତ ଶ୍ଲୋକ ପର୍ଯନ୍ତ)
ଭୋଗ ନୋହେ ଭୋଜ୍ୟ ହୋଇଲେ ଆମ୍ଭେ ଭୁକ୍ତ
ତପ ନୋହେ ତପ୍ତ ଆମ୍ଭେ ସର୍ବେ ସଂତପ୍ତ
କାଳ ନୋହେ ଅତୀତ ଆମ୍ଭ ସମୟ ଗତ
ତୃଷ୍ଣା ଏବେ ତରୁଣୀ ଆମ୍ଭ ବପୁ ଲୁଳିତ
ତୋହାର ଏକା ଅଛି ଆୟୁଷ I II ୬ II
ଚନ୍ଦ୍ର ମୁଖକୁ ବଳିଏ କଲେ ଆକ୍ରାନ୍ତ
ସୁନ୍ଦର ଶିର ପଳିତ କେଶେ ଆବୃତ
ନଚଳେ ପାଣି ପାଦ ଗାତ୍ର ହେଲା ଶିଥିଳ
ବିଷୟ ଭୋଗ ମୋର ସହି ନପାରେ କାଳ
ତୃଷ୍ଣା ତୋ ହୁଏ ନୁଆ ବୟସ I II ୭ II
ପୁରୁଷତ୍ବ ଗଲା ଭୋଗୁ ମନ ନିବୃତ
ସମ ବୟଷ୍କ ବନ୍ଧୁଏ ହେଲେଣି ମୃତ
ଦୃଷ୍ଟି ହିନ ଶରୀର ଜଷ୍ଟି ଆଶ୍ରେ ଉତ୍ଥିତ
ତଥାପି ମୃତ୍ୟୁ ଭୟେ ଦେହ ହୁଏ ଚକିତ
ଆଶା ତୁ ମୋତେ କଲୁ ନିରାଶ I II ୮ II
ଆଶା ନାମ ନଦୀ ଅଭିଳାଷ ପିୟୁଷ
ତୃଷ୍ଣା ତରଂଗ ବିତର୍କ ବିହଂଗ ବାସ
ରାଗ ନକ୍ର କରନ୍ତି ଧୈର୍ଯ୍ୟ ଦୃମକୁ ଧ୍ବଂସ
ମୋହ ଆବର୍ତ୍ତ ଚିନ୍ତା ଦୁର୍ଭେଦ୍ୟ ଦୁଇପାର୍ଶ୍ବ
ତରଣେ କ୍ଷମ ଯୋଗୀ ଯୋଗେଶ I II ୯ II
କ୍ରମଶଃ ........(ଶତ ଶ୍ଲୋକ ପର୍ଯନ୍ତ)
Subscribe to:
Posts (Atom)