Showing posts with label IN ODIA. Show all posts
Showing posts with label IN ODIA. Show all posts

Wednesday, March 16, 2016

ନିଦୁଆ ସକାଳ

ଉଷା କୁ ସନ୍ମୁଖେ ରଖି ସକାଳ ସୁରଜ 
ଆସୁଛନ୍ତି ହସି ହସି ହୋଇ ସଜବାଜ 
ପକ୍ଷୀମାନେ ନିଡ ତେଜି ପକ୍ଷ ଝାଡୀ କରନ୍ତି କାକଳି 
           ଏବେ କିନ୍ତୁ ଶୋଇଛି ମଣିଷ 
    କାମନାର ଜତୁଘରେ ଜୀବନକୁ ଜାଳି ଜାଳି    
ନାହିଁ ନିଶା ଅଛି ନଶା ଅବଶ ଶରୀରେ 
ଶୟନରେ ମନ ଏବେ କୃତ୍ରିମ ରାତ୍ରିରେ  
ଗବାକ୍ଷ ଦେଇ ବିପକ୍ଷୁ  ଦିବାଲୋକ କରୁଛି ପ୍ରବେଶ 
              ଅନ୍ତବସ୍ତ୍ରେ ନେତ୍ର ବୁଜି 
      ଶୋଇଛି ପୁରୁଷ କେତେ ଦୁରରେ ବିନାଶ   
ସକାଳ ମଉଳି ଗଲା ଝାଉଁଳେ କୁମୁଦ 
ଉଜୁଡି ଗଲେଣି ପ୍ରାତଃ ପ୍ରକୃତି ସମ୍ପଦ
ଭାଂଗିନାହିଁ ନିଦ ଏବେ ଖୋଲିନାହିଁ ନିଶାଚର ନେତ୍ର 
    ହେ ଇଶ୍ବର ! ଦେଖ କେଡେ ବିଚିତ୍ର ଚରିତ୍ର  
      ଏସବୁତ ବର୍ତମାନ ସଭ୍ୟ ସମାଜର ଚିତ୍ର    

Sunday, February 21, 2016

ମା ' ମୋର

ମାଆ ଲୋ! ତୁତ ଧରା ଠାରୁ ଅତି ଭାରି
ଧିର ଧୈର୍ଯ୍ୟ ତୋର ଅସୀମ ଅପାର 
                        ତୁହି ସର୍ବ ଦୁଃଖ ହାରୀ 
ମା ତୋର କୋଳ ରକ୍ଷାର ଆକର 
ପଣତରେ ପୋଛୁ ତୁ ଧୁଳି ଧୂସର 
ତୋ ପାଇଁ ପରା ମୁଁ ଜୀବନ ପସରା 
             ମୋ ପାଇଁ ଦେଲୁ ତୁ ଜୀବନ ସାରି 
ଦେଖିଲି ତୋ ଯୋଗୁଁ ଏ ସାରା ସଂସାର 
ଦେଖାଇ ଭୋଗିଲୁ ତୁ କଷ୍ଟ ଅପାର 
ନଷ୍ଟ କରି ଦେଲୁ ତୋର ଯଉବନ 
             ତୋ ଋଣକୁ କିଏ ସୁଝିତ ପାରି 
ମୋ ପାଇଁ ଶୋଇନୁ ନିଶି ପରେ ନିଶି 
ଅଗଣାରେ ବସି ଦେଖାଇଲୁ ଶଶି  
ମୋ ପାଟିକି ଗଲେ ତୋ ପେଟକୁ ଯାଏ 
              କେତେ ସୁଆଦ ତୋ ହାତ ତିଆରି 
ଡରେଇଛି କେତେ ଧମକାଇଛି 
ମାଆ ତୁ ସହିଛୁ କହିନୁ କିଛି 
କହିଛି ମାରିଛି ଶୁଣିଛି ମୁଁ ଛି 
             କହିନୁ ତୁ କେବେ ଯାଆରେ ମରି           

Thursday, December 24, 2015

ତ୍ରିବେଣୀ ସଂଗମ

ସଖୀ!
ତୁମରୀ ପ୍ରିତି ମୋତେ ମୋହିଲାରେ 
କାମ କଳୁଶ ଚିତୁ ଦହିଲାରେ ସଖୀ ..(ଘୋଷା )
ଡାକିବି ବୋଲି ସଖୀ ଭାବକୁ ମନେ ରଖି 
ଭାବୁଁ ପ୍ରମାଦ ସ୍ରୋତ ବହିଲାରେ     ସଖୀ ...୧ 
ଚକ୍ଷୁ ଦୁଇ ତୁମ ଅତି ଅନୁପମ 
ନଥାଏ ତହିଁରେ କଟାକ୍ଷ ବିଭ୍ରମ 
ହେ ମୃଗନୟନୀ ତୁମ୍ଭ ନେତ୍ର ବେନି  
ଜ୍ଞାନୀ ସାର୍ଥକତା ଲଭିଲାରେ          ସଖୀ ...୨ 
ସତ ଗୋ ମିତଣୀ  ତୁମ୍ଭ ବେନି ପାଣି 
କର୍ମୀ କର ପ୍ରାୟ ପ୍ରିୟା କର ଜିଣି 
ନହେଉ ମସୃଣ କରେ ରୋମାଂଚନ
ସେ ଶ୍ୟାମାଂଗେ ମନ ରହିଲାରେ     ସଖୀ ...୩ .
ପାଇଛି ହୃଦୟ ଭକ୍ତି ଭାବେ ଥୟ 
ସେ ଭକ୍ତିର ନାହିଁ କେବେହେଁ ବିଲୟ 
ସେ ନୟନ କର ହୃଦୟ ନିକର 
ତ୍ରିବେଣୀ ସଂଗମ ରଚିଲାରେ          ସଖୀ ....୪ 
            ***********

Thursday, December 17, 2015

ଯାଚ୍ନା ଦୈନ୍ୟ ଦୁଷଣମ୍

दीना दिनमुखै..............मनस्वी पुमान् 
ଦିନ ହୀନ ଶୁସ୍କ କ୍ଷୁଧାର୍ତ୍ତ ବାଳକ
                     ଆକର୍ଷେ ଯା ଜୀର୍ଣାମ୍ବର
ପର ଦୁଖେ ଦୁଖୀ ଦୟା ପ୍ରତି ମୁର୍ତ୍ତୀ 
                        ଗୃହିଣୀ ନଥିବ ଯାର
ମାଗିଲେ ଦେବକୀ ନଦେବା ଭୟରେ                                ଭଗ୍ନାକ୍ଷର କଣ୍ଠ ସ୍ବରେ
ସ୍ବ ଜଠରାର୍ଥେ କି ମନସ୍ବୀ ପୁରୁଷ 
                 ଦେହୀ ବୋଲି କହି ପାରେ ।।୨୧ 
अभिमत महामान ............विडम्बनाम् 
ଅଭିଳାଷ ଅଭିମାନ ଅହମିକା ଭାଂଗି ଦେବାରେ ଯେ ପଟୁ
ଗୁଣ ଗ୍ରାମ ରୁପ କମଳ ବନକୁ ଚନ୍ଦ୍ରଯୋତ୍ସନା ପ୍ରୟ କଟୁ
ବିପୁଳ ବିଲସ ଲଜ୍ଜା ରୁପ ଲତା ଛେଦନେ ଯେ କୁଠାରିକା
ବିଡମ୍ବିତ କାରେ ଦୁଃ ଖେ ପୁରଣୀ ୟ ଜଠର ପିଠରୀ ଏକା ।।୨୨

Monday, November 23, 2015

ବିଷୟ ଦୁଷଣମ୍

न संसारोत्पन्नं ...............विषयिणाम्  ।।
ସାଂସାରିକ ସୁଖ ନିମିତ ଯେଉଁ ପୁଣ୍ୟାଚରଣ 
ସୁବିଚାରେ ନୁହେଁ ମଂଗଳ ସେ ଦୁଖର କାରଣ 
ମହାପୁଣ୍ୟ ଫଳ ସଂଚିତ ବିଷୟ ଭୋଗରସ 
ଦୀର୍ଘ କାଳ ଭୋଗୀ ବିଷୟୀ ପାଏ ଦୁଖ ବିଶେଷ ।।୧୧ 
अवश्यं यातारः...............अनन्तं विदधते ।।
ଚୀରଭୋଗ୍ୟ ନୁହେଁ ବିଷୟ ଦିନେ ହେବ ସେ ଶେଷ 
ଇଛାରେ ବିଷୟ ତ୍ୟାଗରେ ନାହିଁ ଭେଦ ବିଶେଷ ।
ଆପେ ନଷ୍ଟ ହୋଂତେ ବିଷୟ ମନେ ଅସୀମ ଦୁଖ 
ସ୍ଵଇଚ୍ଛା  ତ୍ୟାଗରେ ମିଳିବ ଶାନ୍ତି ସୁଖ ଅଶେଷ ।।୧୨ 

Thursday, November 19, 2015

ବନ୍ଦେ ଉତ୍କଳ ଜନନୀ


 ବନ୍ଦେ ଉତ୍କଳ ଜନନୀ 
ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ 
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 

"ନିରାଶ୍ରୟ ମାମ୍  ଜଗଦୀଶ  ରକ୍ଷ "

ଭଜରେ ମାନସ ହଂସ ନିଳାଦ୍ରୀ କ୍ଷେତ୍ର ମଣ୍ଡନ 
 ପାଇବୁ ଯେବେ ମୁକତି କରି ବ୍ରହ୍ମଂକୁ ଦର୍ଶନ .
ଉତ୍ତମ ଗୁରୁ ପୟର ସେବ ପାଇବୁ ମନ୍ତର 
ଜନ୍ମ ମୃତ୍ୟୁରୁ ଉଦ୍ଧରି ପାଇବୁ ବୈକୁଂଠେ ସ୍ଥାନ .
ମାୟା ଜଗତ ପ୍ରପଂଚ ସେଥିରେ ପାପ ନସଂଚ 
ଭୁମାନନ୍ଦେ ଯେବେ ଇଚ୍ଛା ଜଗାତୁ ଅନ୍ତର ଜ୍ଞାନ .
ମହା ବାକ୍ୟେ ଉପଦ୍ଦିଷ୍ଟ ହେଲେ ହେବୁରେ ତୁ ଶ୍ରେଷ୍ଠ 
ବାଂକା କହେ ତରିଯିବୁ ଥିଲେ ଲଲାଟେ ଲେଖନ .

ସମସ୍ତ ପାଠକଂକୁ ମୋର ସବିନୟ ପ୍ରଣାମ 
ଗୋପୀନାଥ ପଣ୍ଡା 

Monday, November 2, 2015

ବୈରାଗ୍ୟ ଶତକମ୍



ଓଁ ନମଃ ଭଗବତେ ବାସୁଦେବାୟ
                      କବି ଭର୍ତ୍ତୃହରିଂକ ଦ୍ବାରା ବିରଚିତ  
"ବୈରାଗ୍ୟଶତକମ୍"
(ଶ୍ରୀ ଗୋପୀନାଥ ପଣ୍ଡା କୃତ ଓଡିଆ ପଦ୍ୟାନୁବାଦ)
ତୃଷ୍ଣା ଦୂଷଣମ୍

ଭ୍ରମି ଦେଶ ଦୁର୍ଗ କିଛି ନମିଳେ ଫଳ 
ଛାଡି କୁଳ ଶିଳ ସେବା କାର୍ଯ୍ୟ ନିଷ୍ଫଳ    
ଭୟରେ କାକ ସମ ପର ଖାଦ୍ୟ କବଳ 
କଲି ମୁଁ  ତୋ ପ୍ରଭାବେ ହୋଇ ଅତି ବିକଳ   
  ତଥାପି ନ ହେଲା  ତୋ ସନ୍ତୋଷ II ୧ 
ତୃଷ୍ଣା ହୋଇଲୁ ନାହିଁ କେବେ ତୁ ତୋଷ  
   ଦେଖ ପଳିତ ହେଲା ଆସି ମୋ କେଶ (ଘୋଷା ) 
ଧନ ଆଶାରେ ବହୁ ସ୍ଥାନର ମାଟି ତଳ 
ଖୋଲିଲି ପର୍ବତ ଧାତୁ କଲି ତରଳ 
ସାଗର ହେଲି ପାର ଧନିଂକ ଉପଚାର
ମନ୍ତ୍ରାରାଧନେ ଗଲା ଶ୍ମଶାନେ ନିଶା ମୋର 
                        କଣା କଉଡି ନାହିଁ ମୋ ପାଶ  I            II ୨ II
ଖଳ ଆରଧାନେ କଟୁ କଥା ସହିଲି 
କୋହ ଚାପିରଖି ଶୂନ୍ୟମନେ ହସିଲି   
ମୁର୍ଖ ଧନିଂକ ପାସେ ହାତ ଯୋଡି ରହିଲି 
ନିଷ୍ଫଳ ମନୋରଥେ !ତୋ ପାଇଁ ସବୁ କଲି 
                        ଆଉ କି ନଚାଇବୁ ବିଶେଷ   I              II୩ II
ପଦ୍ମ ପତ୍ରେ ଢଳ ଢଳ ଚଂଚଳ ଜଳ 
ଜୀବନ କାଳ ପାଇଁ କି  ଆମ୍ଭେ ସକଳ 
ନିଜ ଗୁଣ କିର୍ତ୍ତନେ ଗଲା ଏ ବେଳ ବଳ 
ଦେଇ ବିବେକ ବଳି କଲୁ ପାପ ପ୍ରବଳ 
                        ତୃଷ୍ଣା ତୁ ହେଲୁ ଏକା ହରସ  I             II ୪ II
କ୍ଷମା ଗୁଣେ କାରେ କରି ନାହିଁ ମୁଁ ତୋଷ 
ଗୃହ ସୁଖ ଅଦ୍ୟାପି ଛାଡୁ ନାହିଁ ମୋ ପାଶ 
ତପ ନକରି ସହେ ଶୀତ ତପନ କ୍ଲେଶ 
ବିତ ଚିନ୍ତାରେ ଧ୍ୟାନ ରହିଲା ଅହର୍ନିଶ 
                        ନମିଳେ ଶମ୍ଭୁ ପଦ ପିୟୁଷ I                II ୫ II 
ଭୋଗ ନୋହେ ଭୋଜ୍ୟ ହୋଇଲେ ଆମ୍ଭେ ଭୁକ୍ତ 
ତପ ନୋହେ ତପ୍ତ ଆମ୍ଭେ ସର୍ବେ ସଂତପ୍ତ 
କାଳ ନୋହେ ଅତୀତ ଆମ୍ଭ ସମୟ  ଗତ 
ତୃଷ୍ଣା ଏବେ ତରୁଣୀ ଆମ୍ଭ ବପୁ  ଲୁଳିତ 
                        ତୋହାର ଏକା ଅଛି ଆୟୁଷ  I             II ୬ II
ଚନ୍ଦ୍ର ମୁଖକୁ  ବଳିଏ କଲେ ଆକ୍ରାନ୍ତ 
ସୁନ୍ଦର ଶିର ପଳିତ କେଶେ ଆବୃତ 
ଚଳେ ପାଣି ପାଦ ଗାତ୍ର ହେଲା ଶିଥିଳ 
ବିଷୟ ଭୋଗ ମୋର ସହି ନପାରେ କାଳ
                        ତୃଷ୍ଣା ତୋ ହୁଏ ନୁଆ ବୟସ  I              II ୭ II
ପୁରୁଷତ୍ବ ଗଲା ଭୋଗୁ ମନ ନିବୃତ 
ସମ ବୟଷ୍କ ବନ୍ଧୁଏ ହେଲେଣି ମୃତ 
ଦୃଷ୍ଟି ହିନ ଶରୀର ଜଷ୍ଟି ଆଶ୍ରେ ଉତ୍ଥିତ 
ତଥାପି ମୃତ୍ୟୁ ଭୟେ ଦେହ ହୁଏ ଚକିତ 
                        ଆଶା ତୁ ମୋତେ କଲୁ ନିରାଶ  I           II ୮  II
ଆଶା ନାମ ନଦୀ ଅଭିଳାଷ ପିୟୁଷ 
ତୃଷ୍ଣା ତରଂଗ ବିତର୍କ ବିହଂଗ ବାସ 
ରାଗ ନକ୍ର  କରନ୍ତି ଧୈର୍ଯ୍ୟ ଦୃମକୁ ଧ୍ବଂସ 
ମୋହ ଆବର୍ତ୍ତ  ଚିନ୍ତା ଦୁର୍ଭେଦ୍ୟ ଦୁଇପାର୍ଶ୍ବ
                      ତରଣେ କ୍ଷମ ଯୋଗୀ ଯୋଗେଶ I           II ୯  II
                                                          କ୍ରମଶଃ ........(ଶତ ଶ୍ଲୋକ ପର୍ଯନ୍ତ)