ଉଷା କୁ ସନ୍ମୁଖେ ରଖି ସକାଳ ସୁରଜ
ଆସୁଛନ୍ତି ହସି ହସି ହୋଇ ସଜବାଜ
ପକ୍ଷୀମାନେ ନିଡ ତେଜି ପକ୍ଷ ଝାଡୀ କରନ୍ତି କାକଳି
ଏବେ କିନ୍ତୁ ଶୋଇଛି ମଣିଷ
କାମନାର ଜତୁଘରେ ଜୀବନକୁ ଜାଳି ଜାଳି ।।
ନାହିଁ ନିଶା ଅଛି ନଶା ଅବଶ ଶରୀରେ
ଶୟନରେ ମନ ଏବେ କୃତ୍ରିମ ରାତ୍ରିରେ
ଗବାକ୍ଷ ଦେଇ ବିପକ୍ଷୁ ଦିବାଲୋକ କରୁଛି ପ୍ରବେଶ
ଅନ୍ତବସ୍ତ୍ରେ ନେତ୍ର ବୁଜି
ଶୋଇଛି ପୁରୁଷ କେତେ ଦୁରରେ ବିନାଶ ।।
ସକାଳ ମଉଳି ଗଲା ଝାଉଁଳେ କୁମୁଦ
ଉଜୁଡି ଗଲେଣି ପ୍ରାତଃ ପ୍ରକୃତି ସମ୍ପଦ
ଭାଂଗିନାହିଁ ନିଦ ଏବେ ଖୋଲିନାହିଁ ନିଶାଚର ନେତ୍ର
ହେ ଇଶ୍ବର ! ଦେଖ କେଡେ ବିଚିତ୍ର ଚରିତ୍ର
ଏସବୁତ ବର୍ତମାନ ସଭ୍ୟ ସମାଜର ଚିତ୍ର ।।
ଆସୁଛନ୍ତି ହସି ହସି ହୋଇ ସଜବାଜ
ପକ୍ଷୀମାନେ ନିଡ ତେଜି ପକ୍ଷ ଝାଡୀ କରନ୍ତି କାକଳି
ଏବେ କିନ୍ତୁ ଶୋଇଛି ମଣିଷ
କାମନାର ଜତୁଘରେ ଜୀବନକୁ ଜାଳି ଜାଳି ।।
ନାହିଁ ନିଶା ଅଛି ନଶା ଅବଶ ଶରୀରେ
ଶୟନରେ ମନ ଏବେ କୃତ୍ରିମ ରାତ୍ରିରେ
ଗବାକ୍ଷ ଦେଇ ବିପକ୍ଷୁ ଦିବାଲୋକ କରୁଛି ପ୍ରବେଶ
ଅନ୍ତବସ୍ତ୍ରେ ନେତ୍ର ବୁଜି
ଶୋଇଛି ପୁରୁଷ କେତେ ଦୁରରେ ବିନାଶ ।।
ସକାଳ ମଉଳି ଗଲା ଝାଉଁଳେ କୁମୁଦ
ଉଜୁଡି ଗଲେଣି ପ୍ରାତଃ ପ୍ରକୃତି ସମ୍ପଦ
ଭାଂଗିନାହିଁ ନିଦ ଏବେ ଖୋଲିନାହିଁ ନିଶାଚର ନେତ୍ର
ହେ ଇଶ୍ବର ! ଦେଖ କେଡେ ବିଚିତ୍ର ଚରିତ୍ର
ଏସବୁତ ବର୍ତମାନ ସଭ୍ୟ ସମାଜର ଚିତ୍ର ।।
No comments:
Post a Comment
PLS COMMENT HERE FOR MORE