Thursday, December 17, 2015

ଯାଚ୍ନା ଦୈନ୍ୟ ଦୁଷଣମ୍

दीना दिनमुखै..............मनस्वी पुमान् 
ଦିନ ହୀନ ଶୁସ୍କ କ୍ଷୁଧାର୍ତ୍ତ ବାଳକ
                     ଆକର୍ଷେ ଯା ଜୀର୍ଣାମ୍ବର
ପର ଦୁଖେ ଦୁଖୀ ଦୟା ପ୍ରତି ମୁର୍ତ୍ତୀ 
                        ଗୃହିଣୀ ନଥିବ ଯାର
ମାଗିଲେ ଦେବକୀ ନଦେବା ଭୟରେ                                ଭଗ୍ନାକ୍ଷର କଣ୍ଠ ସ୍ବରେ
ସ୍ବ ଜଠରାର୍ଥେ କି ମନସ୍ବୀ ପୁରୁଷ 
                 ଦେହୀ ବୋଲି କହି ପାରେ ।।୨୧ 
अभिमत महामान ............विडम्बनाम् 
ଅଭିଳାଷ ଅଭିମାନ ଅହମିକା ଭାଂଗି ଦେବାରେ ଯେ ପଟୁ
ଗୁଣ ଗ୍ରାମ ରୁପ କମଳ ବନକୁ ଚନ୍ଦ୍ରଯୋତ୍ସନା ପ୍ରୟ କଟୁ
ବିପୁଳ ବିଲସ ଲଜ୍ଜା ରୁପ ଲତା ଛେଦନେ ଯେ କୁଠାରିକା
ବିଡମ୍ବିତ କାରେ ଦୁଃ ଖେ ପୁରଣୀ ୟ ଜଠର ପିଠରୀ ଏକା ।।୨୨

पुण्ये ग्रामे ..............तुल्यकुल्येषु दीनः 
ଜଜ୍ଞାଗ୍ନିଉତ୍ଥିତ ଧୁମ୍ର ଆଛାଦିତ ପୁଣ୍ୟ ଗ୍ରାମେ ବା ବିପିନେ             
ଜ୍ଞାନଗର୍ଭ ଦ୍ବିଜ ଦ୍ବାରେ ବସ୍ତ୍ରାବୃତ ଲାଉ ଧରି ଅନୁଦିନେ
ଭିକ୍ଷା କରେ ଯେହୁ ଉଦର ନିମିତ୍ତ ମାନୀ ତା ଧନ୍ୟ ଜୀବନ
ଆତ୍ମୀୟ ସମୀପେ ଆତ୍ମ ଦିନତାକୁ ନକରେ ଯେ ପ୍ରକାଶନ ।।୨୩ 
गङ्गा तरङ्ग .....................मनुष्याः  
ପୁଣ୍ୟତୋୟା ଗଂଗା ତରଂଗ ଉତ୍ଥିତ ଜଳେ ପ୍ଲାବିତ ଶୀତଳ
ବିଦ୍ୟାଧର ମାନଂକର ବାସସ୍ଥାନ ରମଣୀୟ ଶିଳାତଳ
ସ୍ଥଳ ଗୁଡିକକି ପ୍ରଳୟ ହେଲେଣି ହିମଗିରି କିବା ଧ୍ବସ୍ଥ
ନୋହିଲେ କାଂହିକି ଅପମାନ ପାଇ ମନୁଷ୍ୟ ପରାନ୍ନେ ରତ ।।୨୪ 
किं कन्दाः कन्दरेभ्यः .........भृलतानि 
କଂଦରୁ କନ୍ଦା କି ପ୍ରଳୟ ହେଲେଣି ଶୁଖି ଗଲେକି ନିର୍ଝର
ଫଳ ଓ ବଲ୍କଳ ଦାନ କରିବାକୁ ନହାନ୍ତିକି ତରୁବର
ଏସବୁ ଥାଇକି ମନୁଷ୍ୟ କାଂହିକି ଖଳକଂର ମୁଖ ଚାହେଁ
କଷ୍ଟରେ ଅର୍ଜିତ ସାମାନ୍ୟ ଧନେ ଯେ ଭ୍ରୁଲତା ନଚାଉ ଥାଏ ।।୨୫ 
पुन्यैर्मुलफ़लै .........नामापि न श्रूयते 
ଉଠିଆସ ମନ ଯିବା ଏବେ ବନ ବିଲମ୍ବେ କି ପ୍ରୟୋଜନ
ଭୂ ଶଯ୍ୟ ବଲ୍କଳେ ତୃଣ ଫଳ ମୁଳେ ପ୍ରିତିକୁ କର ପୋଷଣ
ନଥିବେ ବିପିନେ ଅବିବେକୀ ମାନେ ବିତ୍ତ ଗର୍ବେ ହୋଇ ମତ୍ତ
ବିକୃତ ବିହ୍ବଳ ମୁଢ ମାନଂକର ନାମବି ନହେବ ଶ୍ରୁତ        ।।୨୬ 
फ़लम् स्वेछा .............द्वारि कृपणाः 
ଉଦର ପୁରଣେ ମିଳେ ପ୍ରତି ବନେ ଅନାୟାସେ ଫଳ ମୁଳ
ତୃଷା ନିବାରଣେ ପୁଣ୍ୟ ତୋୟା ମାନେ ବିତରନ୍ତି ସ୍ବାଦୁଜଳ
ସୁକୋମଳ ଲତା କିଶଳୟ ଅଛି ହେବ ସୁଖ ସ୍ପର୍ଶୀ ସଯ୍ୟା
ତଥାପି ମନୁଷ୍ୟ ଧନୀ ଦ୍ବାରେ ଯାଏ ଲାଗେ ନାହିଁ ଟିକେ ଲଜ୍ଜା ।।୨୭  
ये वर्द्धन्ते ...................शय्या निषर्णः 
ଧନପତି ଦ୍ବାରେ ପ୍ରାର୍ଥନା କାଳରେ ଦୁଃଖେ ବିତେ ଯେଉଁ ଦିନ
ଅଳ୍ପ ହୁଏ କାଳ ବିଷୟା ବିଷରେ ହୁଏ ଯା ଅଧଃ ପତ୍ତନ    
ସେମାନଂକ ଦୁଃଖ ହାସ୍ୟ ବାସରକୁ କରୁଥାଏ ମୁଁ ସ୍ମରଣ
ନିର୍ଜନ ଗୁମ୍ଫାରେ ଶିଳା ପରେ ବସି ଶେଷ ହୋଂତେ ଇଷ୍ଟ ଧ୍ୟାନ  ।।୨୮ 
भिक्षाहारमदैन्यं  ..............योगिश्वराः 
ଦୈବ ବଶେ ଲବ୍ଧ ସମ୍ପଦେ ଆନନ୍ଦ ବୃଦ୍ଧି ପାଏ ଧିରେ ଧିରେ
 ତେଣୁ ଶମ୍ଭୁ ଶକ୍ର ସଦା ବ୍ରତ କୁ ଯେ ପ୍ରଶଂସନ୍ତି ଯୋଗୀଶ୍ବରେ
ଭିକ୍ଷା ର ଦୀନତା ନଥାଏ ତହିଁରେ ନଥାଏ ଦୁର୍ଜନ ଭୟ
ଅନାୟାସ ଲବ୍ଧ ସଦାବ୍ରତ ସଦା ସାଧୁ ଜନଂକ ର ପ୍ରିୟ   ।। ୩୦ 

No comments:

Post a Comment

PLS COMMENT HERE FOR MORE