ଧିର ଧୈର୍ଯ୍ୟ ତୋର ଅସୀମ ଅପାର
ତୁହି ସର୍ବ ଦୁଃଖ ହାରୀ।
ମା ତୋର କୋଳ ରକ୍ଷାର ଆକର
ପଣତରେ ପୋଛୁ ତୁ ଧୁଳି ଧୂସର
ତୋ ପାଇଁ ପରା ମୁଁ ଜୀବନ ପସରା
ମୋ ପାଇଁ ଦେଲୁ ତୁ ଜୀବନ ସାରି ।
ଦେଖିଲି ତୋ ଯୋଗୁଁ ଏ ସାରା ସଂସାର
ଦେଖାଇ ଭୋଗିଲୁ ତୁ କଷ୍ଟ ଅପାର
ନଷ୍ଟ କରି ଦେଲୁ ତୋର ଯଉବନ
ତୋ ଋଣକୁ କିଏ ସୁଝିତ ପାରି ।
ମୋ ପାଇଁ ଶୋଇନୁ ନିଶି ପରେ ନିଶି
ଅଗଣାରେ ବସି ଦେଖାଇଲୁ ଶଶି
ମୋ ପାଟିକି ଗଲେ ତୋ ପେଟକୁ ଯାଏ
କେତେ ସୁଆଦ ତୋ ହାତ ତିଆରି
ଡରେଇଛି କେତେ ଧମକାଇଛି
ମାଆ ତୁ ସହିଛୁ କହିନୁ କିଛି
କହିଛି ମାରିଛି ଶୁଣିଛି ମୁଁ ଛି
କହିନୁ ତୁ କେବେ ଯାଆରେ ମରି
Nice compsition
ReplyDelete