न संसारोत्पन्नं ...............विषयिणाम् ।।
ସାଂସାରିକ ସୁଖ ନିମିତ ଯେଉଁ ପୁଣ୍ୟାଚରଣ
ସୁବିଚାରେ ନୁହେଁ ମଂଗଳ ସେ ଦୁଖର କାରଣ
ମହାପୁଣ୍ୟ ଫଳ ସଂଚିତ ବିଷୟ ଭୋଗରସ
ଦୀର୍ଘ କାଳ ଭୋଗୀ ବିଷୟୀ ପାଏ ଦୁଖ ବିଶେଷ ।।୧୧
अवश्यं यातारः...............अनन्तं विदधते ।।
ଚୀରଭୋଗ୍ୟ ନୁହେଁ ବିଷୟ ଦିନେ ହେବ ସେ ଶେଷ
ଇଛାରେ ବିଷୟ ତ୍ୟାଗରେ ନାହିଁ ଭେଦ ବିଶେଷ ।
ଆପେ ନଷ୍ଟ ହୋଂତେ ବିଷୟ ମନେ ଅସୀମ ଦୁଖ
ସ୍ଵଇଚ୍ଛା ତ୍ୟାଗରେ ମିଳିବ ଶାନ୍ତି ସୁଖ ଅଶେଷ ।।୧୨
ब्रह्मज्ञान विवेकिनो .....न शक्ता वयम् ।।
କି ଆଶ୍ଚର୍ୟ ବ୍ରହ୍ମ ଜ୍ଞାନିଏ କରି ଦୁଷ୍କର କର୍ମ
ନିଷ୍ପୃହ ଚିତ୍ତରେ ମୁଂଚନ୍ତି ଭୋଗ୍ୟ ସେ ଧନ ଧର୍ମ ।
ନାହିଁ ପୁର୍ବୁ ନାହିଁ ଏବେବି କାଳେ ମିଳିବ ପରେ
କଳ୍ପିତ ସମ୍ପତି ତ୍ୟାଗରେ କେତେ ଦୁଖ ମନରେ ।।୧୩
धन्यानां गिरिकन्दरे ....परं क्षीयते ।।
ଗିରିକନ୍ଦେ ବସି ଧନ୍ୟ ସେ ପରମ ଜ୍ୟୋତି ଧ୍ୟାନେ
ଅନନ୍ଦାଶ୍ରୁ ଜଳ ପିଅନ୍ତି ଶୋଇ ଅଂକେ ଶକୁନେ ।
କଳ୍ପିତ ପ୍ରାସାଦ ସମୀପ ବାପୀ ତଟ ଉଦ୍ୟାନେ
କୌତୁକରେ ଦିନ ବିତିଲା ଧିକ ଆମ୍ଭ ଜୀବନେ ।।୧୪
भिक्षाशनं .............परित्यजन्ति ।।
ଭିକ୍ଷାନ୍ନେ ବଂଚିଛି ତାପୁଣି ନୀରସ ଏକ ଥର
ଭୁପୃଷ୍ଟ ହେଉଛି ଶଯ୍ୟା ମୋ ଶରୀର ପରିବାର ।
ଶତ ଛିନ୍ନ ବସ୍ତ୍ର ନିର୍ମିତ କନ୍ଥାଟି ପରିଧେୟ
ବିଷୟ ବସନା ତଥାପି ମୋତେ ନଛାଡେ ହାୟ ।।୧୫
स्तनौ मांसग्रन्थि..........गुरुकृतम्।।
ସ୍ତନଯୁଗ ମାଂସ ପିଣ୍ଡୁଳା ସ୍ବର୍ଣ୍ଣ କଳଶେ ଗଣା
ମୁଖ ଶ୍ଲେଷ୍ମା ଯୁକ୍ତ ହୋଇବି ନୁହେଁ ଶଶିଠୁ ଉଣା ।
ସଦା ମୁତ୍ରେ ଆର୍ଦ୍ର ଜଘନ କରି କରର ତୁଲ୍ୟ
ନିତ୍ୟ ନିନ୍ଦ୍ୟ ବସ୍ତୁ ଠାରେ କି କବିଜନ ବାହୁଲ୍ୟ ।।୧୬
एको रागिषु .........न मोक्तुं क्षमः ।।
ପ୍ରିୟା ଅର୍ଦ୍ଧ ସ୍ତନ ଅବୋରି ପ୍ରେମିକ ଗଣେ ଶ୍ରେଷ୍ଠ
ଆଶକ୍ତି ବିହିନେ ଯୋଗିଂକ ମଧ୍ୟ ହର ବରିଷ୍ଠ ।
ମାର ସର ସର୍ପ ବିଶେ ସେ ଅତ୍ୟନ୍ତ ଜର ଜର
ଭୋଗେ ତ୍ୟାଗେ ଅସମର୍ଥ ସେ କିବା ମନୁଷ୍ୟ ଛାର ।।୧୭
अजानन् दाहात्म्यं .....मोहमहिमा ।।
ନଜାଣି ଦାହାତ୍ମ୍ୟ ପତଂଗ ପଡେ ତିବ୍ର ଦହନେ
ଅଜ୍ଞାନ ବଶରୁ ସେ ମିନ ମରେ ମାଂସ ଭକ୍ଷଣେ ।
ଜାଣି ମଧ୍ୟ ସର୍ବେ ବିପଦ ଅଟେ ମାୟା ସଂସାର
ତଥାପି କାହିଁକି କାମନା ପାଶୁ ନହୁଏ ଦୁର ।।୧୮
तृषाशुष्यत्यास्ये .......बिपर्यस्यति जनः ।।
ତୃଷାରେ ଆକୁଳ ହୋଇଯେ ପିଏ ସ୍ବାଦୁ ସଲିଳ
କ୍ଷୁଧାରେ ବ୍ୟାକୁଳ ହୋଇଣ ଶାଳୀ ଶାକ କବଳ ।
କାମାଗ୍ନି ଦମନେ ସୁନ୍ଦରୀ ବଧୂ ଗାଢାଲିଂଗନ
ପାଏ ବିପରିତ ଫଳକୁ ସେହି ସୁଖେଛୁ ଜନ ।।୧୯
तुङ्ग बेश्मः..............सन्यस्यति।।
ଉତୁଂଗ ପ୍ରାସାଦ ଅତୁଳ ସମ୍ପତି ଯୋଗ୍ୟ ସୁତ
ସୁ କଲ୍ୟାଣୀ ପତ୍ନୀ ବୟସେ ନବ ଜୌବନୋନ୍ମତ।
ନିତ୍ୟ ଭାବି ବନ୍ଦୀ ଅଜ୍ଞାନୀ ସଂସାର କାରାଗୃହେ
ଅନିତ୍ୟ ବିଚାରି ବିବେକୀ ମନ ତ୍ୟାଗରେ ରହେ ।। ୨୦
ସାଂସାରିକ ସୁଖ ନିମିତ ଯେଉଁ ପୁଣ୍ୟାଚରଣ
ସୁବିଚାରେ ନୁହେଁ ମଂଗଳ ସେ ଦୁଖର କାରଣ
ମହାପୁଣ୍ୟ ଫଳ ସଂଚିତ ବିଷୟ ଭୋଗରସ
ଦୀର୍ଘ କାଳ ଭୋଗୀ ବିଷୟୀ ପାଏ ଦୁଖ ବିଶେଷ ।।୧୧
अवश्यं यातारः...............अनन्तं विदधते ।।
ଚୀରଭୋଗ୍ୟ ନୁହେଁ ବିଷୟ ଦିନେ ହେବ ସେ ଶେଷ
ଇଛାରେ ବିଷୟ ତ୍ୟାଗରେ ନାହିଁ ଭେଦ ବିଶେଷ ।
ଆପେ ନଷ୍ଟ ହୋଂତେ ବିଷୟ ମନେ ଅସୀମ ଦୁଖ
ସ୍ଵଇଚ୍ଛା ତ୍ୟାଗରେ ମିଳିବ ଶାନ୍ତି ସୁଖ ଅଶେଷ ।।୧୨
ब्रह्मज्ञान विवेकिनो .....न शक्ता वयम् ।।
କି ଆଶ୍ଚର୍ୟ ବ୍ରହ୍ମ ଜ୍ଞାନିଏ କରି ଦୁଷ୍କର କର୍ମ
ନିଷ୍ପୃହ ଚିତ୍ତରେ ମୁଂଚନ୍ତି ଭୋଗ୍ୟ ସେ ଧନ ଧର୍ମ ।
ନାହିଁ ପୁର୍ବୁ ନାହିଁ ଏବେବି କାଳେ ମିଳିବ ପରେ
କଳ୍ପିତ ସମ୍ପତି ତ୍ୟାଗରେ କେତେ ଦୁଖ ମନରେ ।।୧୩
धन्यानां गिरिकन्दरे ....परं क्षीयते ।।
ଗିରିକନ୍ଦେ ବସି ଧନ୍ୟ ସେ ପରମ ଜ୍ୟୋତି ଧ୍ୟାନେ
ଅନନ୍ଦାଶ୍ରୁ ଜଳ ପିଅନ୍ତି ଶୋଇ ଅଂକେ ଶକୁନେ ।
କଳ୍ପିତ ପ୍ରାସାଦ ସମୀପ ବାପୀ ତଟ ଉଦ୍ୟାନେ
କୌତୁକରେ ଦିନ ବିତିଲା ଧିକ ଆମ୍ଭ ଜୀବନେ ।।୧୪
भिक्षाशनं .............परित्यजन्ति ।।
ଭିକ୍ଷାନ୍ନେ ବଂଚିଛି ତାପୁଣି ନୀରସ ଏକ ଥର
ଭୁପୃଷ୍ଟ ହେଉଛି ଶଯ୍ୟା ମୋ ଶରୀର ପରିବାର ।
ଶତ ଛିନ୍ନ ବସ୍ତ୍ର ନିର୍ମିତ କନ୍ଥାଟି ପରିଧେୟ
ବିଷୟ ବସନା ତଥାପି ମୋତେ ନଛାଡେ ହାୟ ।।୧୫
स्तनौ मांसग्रन्थि..........गुरुकृतम्।।
ସ୍ତନଯୁଗ ମାଂସ ପିଣ୍ଡୁଳା ସ୍ବର୍ଣ୍ଣ କଳଶେ ଗଣା
ମୁଖ ଶ୍ଲେଷ୍ମା ଯୁକ୍ତ ହୋଇବି ନୁହେଁ ଶଶିଠୁ ଉଣା ।
ସଦା ମୁତ୍ରେ ଆର୍ଦ୍ର ଜଘନ କରି କରର ତୁଲ୍ୟ
ନିତ୍ୟ ନିନ୍ଦ୍ୟ ବସ୍ତୁ ଠାରେ କି କବିଜନ ବାହୁଲ୍ୟ ।।୧୬
एको रागिषु .........न मोक्तुं क्षमः ।।
ପ୍ରିୟା ଅର୍ଦ୍ଧ ସ୍ତନ ଅବୋରି ପ୍ରେମିକ ଗଣେ ଶ୍ରେଷ୍ଠ
ଆଶକ୍ତି ବିହିନେ ଯୋଗିଂକ ମଧ୍ୟ ହର ବରିଷ୍ଠ ।
ମାର ସର ସର୍ପ ବିଶେ ସେ ଅତ୍ୟନ୍ତ ଜର ଜର
ଭୋଗେ ତ୍ୟାଗେ ଅସମର୍ଥ ସେ କିବା ମନୁଷ୍ୟ ଛାର ।।୧୭
अजानन् दाहात्म्यं .....मोहमहिमा ।।
ନଜାଣି ଦାହାତ୍ମ୍ୟ ପତଂଗ ପଡେ ତିବ୍ର ଦହନେ
ଅଜ୍ଞାନ ବଶରୁ ସେ ମିନ ମରେ ମାଂସ ଭକ୍ଷଣେ ।
ଜାଣି ମଧ୍ୟ ସର୍ବେ ବିପଦ ଅଟେ ମାୟା ସଂସାର
ତଥାପି କାହିଁକି କାମନା ପାଶୁ ନହୁଏ ଦୁର ।।୧୮
तृषाशुष्यत्यास्ये .......बिपर्यस्यति जनः ।।
ତୃଷାରେ ଆକୁଳ ହୋଇଯେ ପିଏ ସ୍ବାଦୁ ସଲିଳ
କ୍ଷୁଧାରେ ବ୍ୟାକୁଳ ହୋଇଣ ଶାଳୀ ଶାକ କବଳ ।
କାମାଗ୍ନି ଦମନେ ସୁନ୍ଦରୀ ବଧୂ ଗାଢାଲିଂଗନ
ପାଏ ବିପରିତ ଫଳକୁ ସେହି ସୁଖେଛୁ ଜନ ।।୧୯
तुङ्ग बेश्मः..............सन्यस्यति।।
ଉତୁଂଗ ପ୍ରାସାଦ ଅତୁଳ ସମ୍ପତି ଯୋଗ୍ୟ ସୁତ
ସୁ କଲ୍ୟାଣୀ ପତ୍ନୀ ବୟସେ ନବ ଜୌବନୋନ୍ମତ।
ନିତ୍ୟ ଭାବି ବନ୍ଦୀ ଅଜ୍ଞାନୀ ସଂସାର କାରାଗୃହେ
ଅନିତ୍ୟ ବିଚାରି ବିବେକୀ ମନ ତ୍ୟାଗରେ ରହେ ।। ୨୦
No comments:
Post a Comment
PLS COMMENT HERE FOR MORE