IN ENGLISH

Thursday, December 24, 2015

ତ୍ରିବେଣୀ ସଂଗମ

ସଖୀ!
ତୁମରୀ ପ୍ରିତି ମୋତେ ମୋହିଲାରେ 
କାମ କଳୁଶ ଚିତୁ ଦହିଲାରେ ସଖୀ ..(ଘୋଷା )
ଡାକିବି ବୋଲି ସଖୀ ଭାବକୁ ମନେ ରଖି 
ଭାବୁଁ ପ୍ରମାଦ ସ୍ରୋତ ବହିଲାରେ     ସଖୀ ...୧ 
ଚକ୍ଷୁ ଦୁଇ ତୁମ ଅତି ଅନୁପମ 
ନଥାଏ ତହିଁରେ କଟାକ୍ଷ ବିଭ୍ରମ 
ହେ ମୃଗନୟନୀ ତୁମ୍ଭ ନେତ୍ର ବେନି  
ଜ୍ଞାନୀ ସାର୍ଥକତା ଲଭିଲାରେ          ସଖୀ ...୨ 
ସତ ଗୋ ମିତଣୀ  ତୁମ୍ଭ ବେନି ପାଣି 
କର୍ମୀ କର ପ୍ରାୟ ପ୍ରିୟା କର ଜିଣି 
ନହେଉ ମସୃଣ କରେ ରୋମାଂଚନ
ସେ ଶ୍ୟାମାଂଗେ ମନ ରହିଲାରେ     ସଖୀ ...୩ .
ପାଇଛି ହୃଦୟ ଭକ୍ତି ଭାବେ ଥୟ 
ସେ ଭକ୍ତିର ନାହିଁ କେବେହେଁ ବିଲୟ 
ସେ ନୟନ କର ହୃଦୟ ନିକର 
ତ୍ରିବେଣୀ ସଂଗମ ରଚିଲାରେ          ସଖୀ ....୪ 
            ***********

No comments:

Post a Comment

PLS COMMENT HERE FOR MORE